spot_img

ସନ୍ଧ୍ୟା ୫ଟାରେ ହେବ ସିଡିଏସ ବିପିନ ରାୱତଙ୍କ ଶେଷକୃତ୍ୟ

ସିଡିଏସ ବିପିନ ରାୱତଙ୍କ ଅନ୍ତିମଯାତ୍ରା । ଦିଲ୍ଲୀ କୈଣ୍ଟ ବରାର ସ୍କୋୟାରରେ ହେବ ଅନ୍ତିମ ସଂସ୍କାର । ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ ଦିଆଯିବ ଏବଂ ୮୦୦ ସେନା କର୍ମଚାରୀ ଶବ ସଂସ୍କାରରେ ଯୋଗ ଦେବେ । ତାଙ୍କ ପରିବାର ଲୋକେ ଚିତାରେ ଅଗ୍ନି ସଂଯୋଗ କରିବେ। ତାଙ୍କର ଶବ ସଂସ୍କାର ବ୍ୟବସ୍ଥା କରୁଛନ୍ତି ଗୋର୍ଖା ରାଇଫଲ୍‌। ପ୍ରଥମେ ଜେନେରାଲ୍‌ ରାୱତ୍‌ ଏହି ୟୁନିଟ୍‌ରେ ସାମିଲ ହୋଇଥିଲେ । ଆଜି ସକାଳୁ ଅନେକ ବିଶିଷ୍ଟ ବ୍ୟକ୍ତି କାମରାଜସ୍ଥିତ ରାୱତ୍‌ଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular