ପୁଣି ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର । ବିଧାନସଭା ଗେଟ୍ ଆଗରେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ବିଧାନସଭାକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ ଉଦ୍ୟମ କରୁଥିବାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲି ଏମିତି ଭାବେ ନେଇ ଲୋୟର ପିଏଜିରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲି ମଧ୍ୟ ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ବିଜେପି ଓ ପୋଲିସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ବିଧାନସଭା ଗେଟ୍ ଆଗରୁ କିଛି କର୍ମୀଙ୍କୁ ଉଠାଇନେଇଥିଲା ପୋଲିସ । ସେପଟେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ କିଛି ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସର କର୍ମୀ । ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସ ଉପରକୁ ପୋଲିସର ଲାଠି ଚାର୍ଜ କରିଥିବା ସୂଚନା ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0