ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ସାନ ବୁର୍ଜାବାହାଲ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆଜି ଜଣେ ମହିଲା ଗୁରୁତ୍ୱର ହୋଇଥିବା ବେଳେ ତାଙ୍କ ସ୍ୱମୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବ୍ୟକ୍ତି ଜଣଙ୍କ ହେଲେ ଶୁକ୍ର ସାଗର । ସ୍ତ୍ରୀ ଲଳିତା ସାଗରଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ର ନିଜ ଘର ପଛପଟେ ଶୌଚ ପାଇଁ ଯାଇଥିବା ବେଳେ ତଳେ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଲଳିତା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ଶୁକ୍ରଙ୍କୁ ମୃତ ଘୋଷଣା କରିଥିଲେ । ଲଳିତା ଏବେ ଡ଼ାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0