spot_img

ଆସିଲା କେନ୍ଦ୍ରର ନୂଆ କୋଭିଡ୍ ଗାଇଡ଼ ଲାଇନ୍

ନୂଆଦିଲ୍ଲୀ : ଆସିଯାଇଛି କେନ୍ଦ୍ର ସରକାରଙ୍କ ନୁଆ କୋଭିଡ଼୍ -୧୯ ଗାଇଡ଼୍ ଲାଇନ୍ । ଆସନ୍ତା ଡ଼ିସେମ୍ବର ୧ ରୁ ୩୧ ଯାଏଁ ଏହି ଗାଇଡ଼୍ ଲାଇନ ବଳବତ୍ତରହିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡ଼୍ ଲାଇନ୍ ପ୍ରକାଶ କରାଯାଇଛି । ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଆଞ୍ଚଳିକ ଲୋକଡ଼ାଉନ ଘୋଷଣା କରିପାରିବେ ନାହିଁ । କେତେକ କଟକଣା ସହ ‘ରାତ୍ରୀ କାଳିନ କର୍ଫ୍ୟୁ ’ କୁ ରାଜ୍ୟମାନେ ଜାରି କରିପାରିବେ । ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବା ବ୍ୟତିତ କଣ୍ଟେନମେଣ୍ଟ ଜୋନ୍ ରେ ଲକଡ଼ାଉନ ସ୍ଥିତାବସ୍ଥା ବଜାୟ ରହିବ ବୋଲି ଗାଇଡ଼୍ ଲାଇନ୍ ରେ ଉଲ୍ଲେଖ ରହିଛି । କଣ୍ଟେନମେଣ୍ଟ ଜୋନ୍ ବାହାରେ ରାଜ୍ୟ ମାନେ ଲକ୍ ଡ଼ାଉନ୍ ଘୋଷଣା କରିପାରିବେ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ମଧ୍ୟ ଗାଇଡ଼୍ ଲାଇନ୍ ରେ ଉଲ୍ଲେ୍ଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular