କଟକ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ପଞ୍ଚାୟତ ରେ ରହିଛି ମିଲୁପଡ଼ା ଗାଁ । ସେହି ଗାଁର ଭୂୟାଁ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କ ପୁଅ ହେଉଛନ୍ତି ଜଗା ଓ କାଳିଆ । ୨୦୧୭ ଜୁଲାଇ ୧୩ ତାରିଖରେ ସେମାନେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେତେବେଳେ ଏମାନଙ୍କ ବୟସ ଥିଲା ୨ବର୍ଷ ୨ମାସ । ଏବେ ସେମାନଙ୍କୁ ସାଢ଼େ ପାଞ୍ଚ ବର୍ଷ । ଦିଲ୍ଲୀ ଏମ୍ସରୁ ଅଣାଯାଇ ୨୦୧୯, ସେପ୍ଟେମ୍ବର ୭ ତାରିଖରେ ଜଗା-ବଳିଆଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କାଳିଆର ସ୍ବାସ୍ଥ୍ୟବସ୍ଥାରେ ପ୍ରଥମରୁ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ଫଳରେ ବିଭିନ୍ନ ସମୟରେ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି କଟକ ବଡ଼ ମେଡିକାଲରେ ରାତି ୯ଟା ୧୦ ମିନିଟରେ କାଳିଆ ଶେଷ ନିଶ୍ୱାସ ତ୍ୟାଗ କରିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0