ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ୨ଜଣ ଆହତ ହୋଇଥିବାର ଖବର ମିଳିଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇନାହିଁ। ସୂଚନା ଅନୁଯାୟୀ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର ଗ୍ୟାସ ପ୍ଲାଣ୍ଟ ଓ ଏକ ବିଦ୍ୟାଳୟ ଭବନ ଉଦଘାଟନ କରି ଫେରୁଥିବା ବେଳେ ତାଙ୍କ ପଛେ ପଛେ ଆସୁଥିବା ଦୁଇଟି ଗାଡ଼ି ଭିତରେ ଧକ୍କା ହୋଇଥିଲା। ଗୋଟିଏ ଗାଡ଼ିର ବ୍ରେକ ଫେଲ ହେବାରୁ ତାହା ସାମ୍ନାରେ ଥିବା ଗାଡ଼ିକୁ ଧକ୍କା ଦେଇଥିଲା। ବେତୁଲର ଏସଡିଏମ ସିଏଲ ଚିନାପଙ୍କ ଗାଡ଼ିର ବ୍ରେକ ଫେଲ ହେବାରୁ ତାହା ଅମଲା ବିଧାୟକ ଡାକ୍ତର ଯୋଗେଶ ପଣ୍ଡାଗ୍ରେଙ୍କ ଗାଡ଼ିକୁ ପିଟିଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0