spot_img

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ

ଭୁବନେଶ୍ୱର: ବାଣୀବିହାରରେ ଶାନ୍ତି ଫେରାଇ ଆଣିବା ପାଇଁ ଛାତ୍ରଙ୍କ ସହ ଆଲୋଚନା କଲେ କୁଳପତି । ବାଣୀବିହାରରେ ଦୁଇ ଛାତ୍ରଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୁଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ୟ୍ୟ ପୁଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଏହାସହ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ପାଇଁ ଆନ୍ଦୋଳନରତ ଛାତ୍ରଙ୍କ ସହ ମଧ୍ୟ ଭିସି ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଛାତ୍ରମାନେ କୁଳପତିଙ୍କୁ ବିଭିନ୍ନ ଦାବି ସଂପର୍କରେ ଅବଗତ କରାଇଛନ୍ତି । ଏହାସହ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ଦେବା ସହ ବାଣୀବିହାରରେ ଶାନ୍ତି ବଜାୟ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ଭିସି ସବିତା ଆଚାର୍ୟ୍ୟ କହିଛନ୍ତି । ଗତକାଲି ବାଣୀବିହାର କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular