spot_img

କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । କୋଭିଡ଼ ପରିଚାଳନାରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ ଏହି ଟିମ ଆସିବ ବୋଲି ଜଣାପଡ଼ିଛି । କଣ୍ଟେନମେଣ୍ଟ, ସର୍ଭେଲାନ୍ସ ଟେଷ୍ଟିଂ ଆଦିରେ କେନ୍ଦ୍ରୀୟ ଟିମ ପ୍ରଶାସନର ସହାୟତା କରିବ । ଓଡ଼ିଶା ସହ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପଠାଇବ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଓଡ଼ିଶା ସହ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଯିବ । ଏହି ରାଜ୍ୟ ଗୁଡ଼ିକ ହେଲା ଓଡ଼ିଶା, ଉତ୍ତର ପ୍ରଦେଶ, ଝାରଖଣ୍ଡ ଓ ଛତିଶଗଡ଼ । ସଂପୃକ୍ତ ୪ଟି ରାଜ୍ୟରେ ହଠାତ କରୋନା ସଂକ୍ରମଣ କେସ ବଢ଼ିବା ସହ ମୃତ୍ୟୁ ହାର ବଢ଼ୁଥିବାରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଟିମରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଓ ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular