spot_img

ମନ୍ଦିରକୁ ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଲୁଟେରା

ବାଲିପାଟଣା :  ମନ୍ଦିରକୁ ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁଇ ଲୁଟେରା । ଏକ ବାଇକରେ ଦୁଇ ଜଣ ଲୁଟେରା ମହିଳାଙ୍କୁ ଏକାକି ଦେଖି ୧୭ ଗ୍ରାମ ଓଜନର ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁରରେ ଅମ୍ବିକା ସାହୁ ନିଜ ବାପଘର ବନମାଳୀପୁର ଆସିଥିଲେ । ସଂକ୍ରାନ୍ତି ଥିବାରୁ ଗ୍ରାମ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ନିଜ ଛୋଟ ପୁଅକୁ ସାଙ୍ଗରେ ନେଇ ଯାଉଥିଲେ । ଏହି ସମୟରେ ଏକ ବାଇକ୍ ରେ ଦୁଇ ଜଣ ଲୁଟେରା ଅମ୍ବିକାଙ୍କ ପାଖରେ ବାଇକ୍ ଅଟକାଇଥିଲେ । କିଛି ବୁଝିବା ଆଗରୁ ତାଙ୍କ ବେକକୁ ଚିପି ଧରି ଥିଲା ଜଣେ ଲୁଟେରା । ଏହା ପରେ ମହିଳାଙ୍କ ଶିଶୁପୁତ୍ରକୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏଥିରେ ଅମ୍ବିକା ଭୟଭୀତ ହୋଇଯାଇଥିଲେ । ଲୁଟେରାମାନେ ଅମ୍ବିକାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଫେରାର ହେବା ସମୟରେ ସିସିଟିଭିରେ ଲୁଟେରାମାନଙ୍କର ଭିଜୁଆଲ ରେକର୍ଡ ହୋଇଛି । ଲୁଟ୍ ସମ୍ପର୍କରେ ଥାନାରେ ଲିଖିତ ଏତଲା ଦେଇଛନ୍ତି ଅମ୍ବିକାଙ୍କ ଭାଇ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular