spot_img

ଖବର ସଂକ୍ଷେପରେ…….

() ମହଙ୍ଗା ପଡ଼ିଲା ଗ୍ୟାଙ୍ଗଷ୍ଟର ହାଇଦରକୁ ବିରିୟାନୀ ଯୋଗାଇବା । ଗିରଫ ହେଲା ୟାକୁବ ଖାନ ଓରଫ ସାଲୁ । ମଙ୍ଗଳବାଗ ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ କରାଯାଇଛି ଗିରଫ । ଗତକାଲି ସାଲୁ କରିଥିଲା ଆତ୍ମସମର୍ପଣ ।


() ବାଲେଶ୍ୱରରେ ରାଜ୍ୟ ସରକାରଙ୍କର ତିନି ସଚିବ । ୫ଞ ସଚିବ ଭିକେ ପାଣ୍ଡିଆନ, ପୂର୍ତ୍ତ ବିଭାଗ ସଚିବ କିଶନ କୁମାର ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟର କଲେ ସମୀକ୍ଷା । ଏହା ସହ ବାଲେଶ୍ୱର ମେଡିକାଲ କଲେଜର ପୂର୍ଣ୍ଣ କାର୍ୟ୍ୟକ୍ଷମ ନେଇ କଲେ ଆଲୋଚନା ।

() ବଢ଼ି ବଢ଼ି ଚାଲିଛି କରୋନା ମିଟର୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୦୮୬ । ଏବେ ସୁଦ୍ଧା ୩ ଲକ୍ଷ ୪୦ ହଜାର ୬୦୦ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୧୦୫୦୩ ଜଣ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

() ବ୍ରାଜିଲ୍‌କୁ ଟପିଲା ଭାରତ; ଗତ ୨୪ ଘଣ୍ଟାରେ ୧,୬୮,୯୧୨ ସଂକ୍ରମିତ, ୯୦୪ ମୃତ । ସୋମବାର ସକାଳ ୮ଟା ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୫,୨୭,୭୧୭ରେ ପହଞ୍ଚିଛି। ସେପଟେ ମୋଟ ମୃତକଙ୍କ ସଂଖ୍ୟା ୧,୭୦,୧୭୯ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା

() ତତଲା କଡେଇରେ ସିଜୁଛି ସାରା ଓଡିଶା । ରାଜ୍ୟର କିଛି କିଛି ଜିଲ୍ଲାର ତାପମାତ୍ରା ଅପେକ୍ଷାକୃତ ବଢ଼ିଥିବା ବେଳେ ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ । ଅନ୍ୟପଟେ ଆସନ୍ତା ୨ ଦିନ ପର‌୍ୟ୍ୟନ୍ତ ବିଭିନ୍ନ ଜିଲ୍ଲାରେ କା‌ଳବୈଶାଖୀର ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ।


() ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ନେଗେଟିଭ । ସୋମବାର ଦିନ ତାଙ୍କୁ ହସ୍ପିଟାଲରୁ ହେଲେ ଡିସ୍ଚାର୍ଜ । ସେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମିଡ଼ିଆରେ ଦେଲେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular