ଯାଜପୁର : ପୋଲିସ ଜାଲରେ ଡ଼କାୟତି ଗ୍ୟାଙ୍ଗ । ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ଅଞ୍ଚଳରେ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ । ସ୍ଥାନୀୟ ବ୍ୟାସସରୋବର ନିକଟରେ ଡକାୟତମାନେ ଏକାଠି ହୋଇ ପୂର୍ବ ପ୍ରସ୍ତୁତି ସ୍ବରୂପ ଡକାୟତି ଯୋଜନା ଚଳାଇଥିବା ବେଳେ ଏହି ଡକାୟତମାନେ ପୋଲିସ ହାତରେ ଧରାପଡିଛନ୍ତି । ଯାଜପୁର ରୋଡ୍ ପୋଲିସ ୫ ଜଣ ସଶସ୍ତ୍ର ଡକାୟତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଏକ ନକ୍ସା, ୨ଟି ଜୀବନ୍ତ ବୋମା, ଏକ ପିସ୍ତଲ ଓ ୩ଟି ଅଫୁଟା ଗୁଳି ସହିତ ଏକାଧିକ ମାରଣାସ୍ତ୍ର ଜବତ କରିଛି । ଏଥିସହ ସେମାନଙ୍କଠାରୁ ୩ ହଜାର ୫ ଶହ ନଗଦ ଟଙ୍କା ଓ ସୁନାରୂପା ଅଳଙ୍କାର ସହିତ ୫ଟି ହାତଘଣ୍ଟା ଓ ୯ଟି ମୋବାଇଲ ଫୋନ୍, ୨ଟି ଗ୍ଲାମର୍ ବାଇକ୍ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0