ନୂଆଦିଲ୍ଲୀ: ଆଜି ସକାଳେ ରୁଷ୍ର ପର୍ମ କ୍ରାଇ ଅଞ୍ଚଳରେ ଥିବା ‘ପର୍ମ ଷ୍ଟେଟ୍ ୟୁନିଭର୍ସିଟି’ରେ (ପିଏସ୍ୟୁ) ନିର୍ବିଚାର ଭାବେ ଗୁଳି ଚଳାଇ ୮ଜଣଙ୍କର ଜୀବନ ନେବା ସହ ଅନ୍ୟୂନ ୬ଜଣଙ୍କୁ ଆହତ କରିଥିବା ଜଣେ ବନ୍ଧୁକଧାରୀଙ୍କୁ ‘ରୁଷୀୟ ଆଇନ୍ ପ୍ରବର୍ତ୍ତନ’ ନିହତ କରିଛି ବୋଲି ‘ଆର୍ଟି ନିଉଜ୍’ ରିପୋର୍ଟ କରିଛି।
ପ୍ରାପ୍ତ ପ୍ରାରମ୍ଭିକ ସୂଚନା ଅନୁସାରେ, ଜଣେ ଅଜ୍ଞାତ ବ୍ୟକ୍ତି ‘ପିଏସ୍ୟୁ’ର ଗୋଟିଏ ଅଟ୍ଟାଳିକାରେ ଗୁଳି ଚଳାଇଥିଲେ। ରୁଷ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ, ଉପରୋକ୍ତ ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି।
ବିଭିନ୍ନ ସୂତ୍ରରୁ ଉଦ୍ଧାର କରି ରୁଷ୍ର ‘ଟାସ୍ ନିଉଜ୍ ଏଜେନ୍ସି’ ରିପୋର୍ଟ କରିଛି, ଆକ୍ରମଣକାରୀଙ୍କ ଠାରୁ ବର୍ତ୍ତିବା ପାଇଁ କେତେକ ଶିକ୍ଷାର୍ଥୀ ବିଶ୍ବବିଦ୍ୟାଳୟ ଅଡିଟରିୟମ୍ରେ କବାଟ କିଳି ରହିଥିଲେ। କେତେକ ଶିକ୍ଷାର୍ଥୀ ଝରକା ବାଟେ ଡେଇଁ ପଳାଇଥିଲେ। ଆଇନ୍ ପ୍ରବର୍ତ୍ତନକାରୀ ଏଜେଣ୍ଟ୍ମାନେ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ କହିଛି ଯେ, ବନ୍ଧୁକଧାରୀ ଜଣକ ହାନିକାରକ ତଥା ସ୍ବଳ୍ପ ମାରାତ୍ମକ ଅସ୍ତ୍ର ଧରିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ବିଶ୍ବବିଦ୍ୟାଳୟରେ ପ୍ରବେଶ କରିଥିଲା ଏବଂ ଅଳ୍ପ ସମୟ ପରେ ଧରାପଡ଼ିଥିଲା।
ବନ୍ଧୁକଧାରୀଜଣକ ଉକ୍ତ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ‘ରୁଷ୍ର ‘ଇନ୍ଭେଷ୍ଟିଗେଟିଭ୍ କମିଟି’ କହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0