ଭଦ୍ରକ: ଭଦ୍ରକ ଜିଲ୍ଲାରେ କେନ୍ଦ୍ରୀୟଟିମ ପହଁଞ୍ଚି ବିଭିନ୍ନ ବନ୍ୟାଞ୍ଚଳ ବୁଲିଦେଖିଥିଲେ । ତାଙ୍କ ସହ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।
ସୂଚନାକ୍ରମେ, କେନ୍ଦ୍ରୀୟଟିମ ବନ୍ୟାଞ୍ଚଳ ବୁଲିବା ସହ ଚାଷୀମାନଙ୍କ ସହ କଥା ହୋଇ ଘଟଣା ବିଷୟରେ ବୁଝିଥିଲେ । କେନ୍ଦ୍ରୀୟଟିମ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଠାର, ବୟାଙ୍ଗଡ଼ିହି, ଛନ୍ଦାସାହି, ଲେଞ୍ଜରା ଆଦି ଅଞ୍ଚଳ ବୁଲି ଦେଖିଛନ୍ତି । ଏଥିସହ ବନ୍ୟା ବିପନ୍ନ, ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହ କ୍ଷୟକ୍ଷତିକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଅନ୍ୟପଟେ କେନ୍ଦ୍ରୀୟଟିମ ମୁଖ୍ୟ ଓ ଅନ୍ୟ ସଦସ୍ୟଙ୍କ ସହ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ । ତେବେ ଚାଷ ଓ ଅନ୍ୟାନ୍ୟ କ୍ଷୟକ୍ଷତିକୁ କେମତି ବନ୍ୟା ପ୍ରତିରୋଧୀ କରିହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡ଼ିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0