spot_img

ଚେନ୍ନାଇନ ଏଫସିକୁ ହରାଇଲା ହାଇଦ୍ରାବାଦ ଏଫସି

ଗୋଆ: ଇଣ୍ଡିଆନ ସୁପରଲିଗ ମ୍ୟାଚରେ ହାଇଦ୍ରାବାଦ ଏଫସି ୪-୧ ଗୋଲରେ ଚେନ୍ନାଇନ ଏଫସିକୁ ପରାସ୍ତ କରିଛି । ତେବେ ହାଇଦ୍ରାବାଦ ଦଳ ପକ୍ଷରୁ ହାଲି ଚରନ ନାର୍ଜାରି ୫୩ ଓ ୭୯ତମ ମିନିଟରେ ୨ଟି ଏବଂ ଜୋଏଲ ଚାଇନିଜ ୫୦ ଓ ଜାଓ ଭିକ୍ଟର ୭୪ତମ ମିନିଟରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଅନ୍ୟପଟେ ଚେନ୍ନାଇନ ପକ୍ଷରୁ ଅନିରୁଦ୍ଧ ଥାପ୍ପା ୬୭ତମ ମିନିଟରେ କେବଳ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ । ଫ୍ରାନ୍ସ ସାଣ୍ଡାଜା ପାସ ଅଫ ଦି ମ୍ୟାଚ ଏବଂ ନାର୍ଜାରି ହିରୋ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular