spot_img

‘ଲୋକତନ୍ତ୍ର ଭାରତର ସଂସ୍କାର, ଏହା କେବେ ଶେଷ ହେବ ନାହିଁ’: ମୋଦି

ନୂଆଦିଲ୍ଲୀ: ନୂତନ ସଂସଦର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ଏହି ଅବସରରେ ସେ କହିଛନ୍ତି ନୂଆ ସଂସଦ ଭବନ ଭାରତର ଆବଶ୍ୟକତା । ଏହା ଏକବିଂଶତମ ଶତାବ୍ଦୀରେ ଦେଶର ଆଶା ଏବଂ ଆକାଂକ୍ଷା ପୂରଣ କରିବାକୁ ସକ୍ଷମ ହେବ । ଲୋକତନ୍ତ୍ର ଦେଶର ବିକାଶକୁ ଶକ୍ତି ଯୋଗାଉଛି । ଭାରତ ସହିତ ଲୋକତନ୍ତ୍ରର ଅତୁଟ ସମ୍ପର୍କ ରହିଛି । ଏହା ଭାରତକୁ ଆତ୍ମନିର୍ଭର କରିବାକୁ ପଥ ସୁଗମ କରିବ ବୋଲି ମୋଦି ଉଲ୍ଲେଖ କହିଛନ୍ତି । ଲୋକତନ୍ତ୍ର ଭାରତର ସଂସ୍କାର । ଏହା କେବେ ଶେଷ ହେବ ନାହିଁ ବୋଲି ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular