ରାଜକନିକା: ରାଜକନିକା କଣ୍ଟପଡା ସାପ୍ତାହିକ ହାଟରୁ ଆଜି ନାବାଳକ ଚୋର ଗିରଫ । ଜଣେ ବ୍ୟକ୍ତିଙ୍କ ପକେଟରୁ ମୋବାଇଲ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡ଼ିଛି । ସୂଚନା ମୁତାବକ ରାଜକନିକା କଣ୍ଟପଡା ସାପ୍ତାହିକ ହାଟରୁ ପ୍ରତ୍ୟେକ ସୋମବାର ଦିନ କୌଣସି ନା କୌଣସି ଲୋକଙ୍କର ମୋବାଇଲ ଚୋରି ହୋଇଥାଏ। ଚୋରିର ଶିକାର ହେଉଥିବା ବ୍ୟକ୍ତିମାନେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥାନ୍ତି । କିନ୍ତୁ ଚୋର ମାନଙ୍କର ଟେର ମିଳୁନଥାଏ। ଆଜି ଦିନ ଦଶଟା ବେଳେ ରାଜକନିକା ର ଗୁଣନିଧି ବଳ ନାମକ ଜଣେ ବ୍ୟକ୍ତି ପରିବା କିଣୁଥିବା ବେଳେ ତାଙ୍କ ପକେଟରୁ ଏକ ନାବାଳକ ଚୋର ମୋବାଇଲ ଟାଣି ନେଉଥିବା ବେଳେ ଉକ୍ତ ବ୍ୟକ୍ତି ସେହି ଚୋରକୁ କାବୁ କରିଥିଲେ। ସ୍ଥାନୀୟ ଲୋକଙ୍କ ଭିଡ଼ ହେବା ଯୋଗୁଁ ସେ ସଙ୍ଗେ ସଙ୍ଗେ ଉକ୍ତ ଚୋରକୁ ରାଜକନିକା ପୋଲିସକୁ ହସ୍ତାନ୍ତର କରିଥିଲେ। ରାଜକନିକା ପୋଲିସ ଉକ୍ତ ନାବାଳକୁ ଅଟକ ରଖି ମାଷ୍ଟର ମାଇଣ୍ଡକୁ ଧରିବାପାଇଁ ପଚରାଉଚରା କରୁଛି । ଧରା ହୋଇଥିବା ଚୋରର ଘର ଭଦ୍ରକ ଧାମନଗର ଅଞ୍ଚଳର ବୋଲି ଜଣାପଡ଼ିଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0