ରାଜନଗର: ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ରାଜନଗର ବ୍ଲକ ନୁରୁଗାଁରେ ଜଳିଗଲା କୁକୁଡା ଫାର୍ମ । ନୁରୁଗାଁର କଳ୍ପତରୁ ବଳଙ୍କ କୁକୁଡା ଫାର୍ମରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜୀବନ୍ତ ଦଗ୍ଧ ହେଲେ ୨୨୦୦ ରୁ ଅଧିକ କୁକୁଡା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଛି । କୁକୁଡା ଫାର୍ମ ଭିତରେ ଥିବା ସମସ୍ତ କୁକୁଡା, କୁକୁଡା ଦାନା ଏବଂ ସମସ୍ତ ପ୍ରକାର ଆସବାପତ୍ର ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ଏଥିସହ ଅଗ୍ନିକାଣ୍ଡରେ ଆନୁମାନିକ ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0