spot_img

ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବ ଉଦଯାପିତ

ଖୋର୍ଦ୍ଧା :  ଚିଲିକା ବ୍ଲକ୍ ବଡ଼କୂଳରେ ସ୍ଥିତ ଓଡ଼ିଆର୍ଟ ସେଣ୍ଟରଠାରେ ସପ୍ତମ ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଉଦଯାପିତ । ଏହି ଅବସରରେ ଆଜି ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ପ୍ରସନ କୁମାର ଦାସ ଉଦଘାଟିତ କରିଥିଲେ।ଓଡ଼ିଆର୍ଟ ସେଣ୍ଟରର ପୂର୍ବାସା ଫୋକ ଆଣ୍ଡ ଟ୍ରାଇବାଲ ଆର୍ଟ ମ୍ୟୁଜିୟମ ଠାରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଫୋକ କାର୍ଣ୍ଣିଭାଲ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ ଦିବା ୧୧ ଘଟିକାରେ ଗଞ୍ଜାମ ସାଂସ୍କୃତିକ ସେମିନାରରୁ ଆରମ୍ଭ ହୋଇଥିଲା। ଏହାପରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଶଙ୍ଖ, ହୁଳହୁଳି ଓ ସେସନ ୱାର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଧୁଡୁକି ନୃତ୍ୟ, ଦାସକାଠିଆ, ସାନ୍ତାଳୀ, ପୁରୁଲିଆ ଛଉ ନୃତ୍ୟରେ ଝୁମିଥିଲେ ଦର୍ଶକ। ଆସାମୀ ବିହୁ ନୃତ୍ୟକୁ ଓ ଝାରଖଣ୍ଡ ଆଦିବାସୀ ଛଉ ନୃତ୍ୟ ମଧ୍ୟ ଉପଭୋଗ କରିଥିଲେ ଦର୍ଶକ। ପରିଶେଷରେ ଭାରତ ନୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଜୁରୀ ସଦସ୍ୟ ସୁରେନ୍ଦ୍ର କୁମାର ରୟ, ମାନସ ରଞ୍ଜନ ପଟ୍ଟନାୟକ ଓ ଜ଼ାହୀଦ ଅଖତର ଆଦି ପରିଚାଳନା କରିଥିବାବେଳେ ସୁଶାନ୍ତ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ।ତେବେ ଦର୍ଶକମାନେ ଉକ୍ତ କାର୍ଯ୍ୟକ୍ରମକୁ ନିଃଶୁଳକରେ ଉପଭୋଗ କରିଥିଲେ।ଏହି କାର୍ଯ୍ୟକ୍ରମ କୋଭିଡ଼ କଟକଣା ମଧ୍ୟରେ ଉଦଯାପିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular