ମୁମ୍ବାଇ: ସାରା ଦେଶରେ କୃଷି ଆଇନକୁ ବିରୋଧ କରି ଜାରି ରହିଛି କୃଷକ ଆନ୍ଦୋଳନ । କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ୬ଷ୍ଠ ପର୍ଯ୍ୟାୟ ଆଲୋଚନା ସରିଥିଲେ ମଧ୍ୟ କୈାଣସି ନିଷ୍କର୍ସ ବାହାରିପାରିନାହିଁ । ଏପରି ପରିସ୍ଥିତିରେ ଭାଜପାର ଉପଭୋକ୍ତା ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନଭେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଭାରତରେ ହେଉଥିବା ଅନ୍ନଦାତାଙ୍କ ଆନ୍ଦୋଳନ ପଛରେ ଚାଇନା ଏବଂ ପାକିସ୍ତାନର ହାତ ରହିଛି । ଏକାକୁ ନେଇ ଏବେ ଶିବସେନା ଏମପି ସଞ୍ଜୟ ରାଉତ ଗୁରୁବାର କଟାକ୍ଷ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହାର ଜବାବ ଦେଇ ଶୀଘ୍ର ଚାଇନା ଏବଂ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରନ୍ତୁ । ଏହାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ୩ ସେନା ମୁଖ୍ୟ ଗୁରୁତର ସହିତ ବିଚାର କରନ୍ତୁ ବୋଲି ସଞ୍ଜୟ କହିଛନ୍ତି । ଭାଜପା ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇ ନିଜର ଚେତନା ଶକ୍ତି ନଥିବା ଦର୍ଶାଇଛନ୍ତି ବୋଲି ଶିବସେନା ସଦସ୍ୟ ସାୱନ୍ତ କହିଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0