ଭୁବନେଶ୍ୱର: ‘କରୋନା ମହାମାରୀ ଯୋଗୁ ୯ ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ହେଲେ ନୂଆ ବର୍ଷରେ ଖୋଲିପାରେ କଲେଜ। ହେଲେ ଏ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।’ ଆଜି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏହି କଥା କହିଛନ୍ତି। ସଚିବ କହିଛନ୍ତି, ୟୁଜି ଓ ପିଜି ପାଇଁ ସେମିଷ୍ଟର ପରୀକ୍ଷା ଘୁଞ୍ଚିବ। କ୍ଲାସରେ ୭୦/୮୦ ଦିନ ପାଠପଢ଼ା ହେବା ପରେ ପରୀକ୍ଷା ହେବ। ଯଦି କଲେଜ ଖୋଲିବାରେ ବିଳମ୍ବ ହେବ, ତା’ହେଲେ ସିଲାବସ ହ୍ରାସ ଚିନ୍ତା କରାଯାଇପାରେ। ଏହା ସହିତ ଅନଲାଇନ ପଢ଼ାକୁ ନେଇ ପରୀକ୍ଷା କଲେ ଫେଲ୍ ହାର ବଢ଼ିବ ବୋଲି ଶ୍ରୀ ମିଶ୍ର ଆଶଙ୍କା କରିଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0