spot_img

ଏଲଏସିରେ ଯୁଦ୍ଧ ବିମାନ ନିୟୋଜିତ କଲା ଚୀନ

ନୂଆଦିଲ୍ଲୀ: ସୀମାନ୍ତରେ ପୁଣି ଥରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଚୀନ ବାୟୁସେନା ଏହାର ଜେ- ୨୦ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନକୁ ଭାରତୀୟ ସୀମାରେ ମୁତୟନ କରିଛି । ଜୁନ୍ ୧୫ରେ ହୋଇଥିବା ସଂଘର୍ଷ ପରେ ଏବେ ଚୀନ ପୁଣି ଯଦ୍ଧ ଉଦ୍ଦେଶ୍ୟରେ ନିଜ ସୈନ୍ୟମାନଙ୍କୁ ସୀମାରେ ନିୟୋଜିତ କରିଛି । ଗତ କିଛି ଦିନ ହେବ ଭାରତୀୟ ସୀମା ନିକଟରେ ଜେ-୨୦ ଉଡ଼ାଣ କରୁଥିବା ବେଳେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାର ଖବର ମିଳିଥିଲା । ଦୁଇ ଦେଶ ମଧ୍ୟରେ ପୁନଃଶାନ୍ତି ସ୍ଥାପନ ହେଉ ବୋଲି ଚୀନ ଚାହୃୁଁନଥିବା ଏଥିରୁ ସ୍ପଷ୍ଟ ହୋଇଛି । ଶାନ୍ତି ଫେରାଇ ଆଣିବା ନିମନ୍ତେ ଦୁଇ ଦେଶ ନିଜର ସୈନ୍ୟ ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏବେବି ଚୀନ ସୀମାରେ ତା’ର ସାମରିକ କାର୍ଯ୍ୟକଳାପ ଜାରି ରଖିଥିବାରୁ ତା’ର ମନୋଭାବ ସହଜରେ ଅନୁମେୟ । ଗତ ୨୯-୩୦ ରାତିରେ ଚୀନ ସେନା ପୂର୍ବ ଚୁକ୍ତି ଭାଙ୍ଗି ପୂର୍ବ ଲାଦାଖ ନିକଟରେ ଅନୁପ୍ରବେଶ କରିଥିଲା । ଭାରତୀୟ ସେନା ଏହାର କଡ଼ା ଜବାବ ମଧ୍ୟ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular