spot_img

ହିତାଧିକାରୀ ପାଇବେ ୪ମାସର ଅଗ୍ରୀମ ମଧୁବାବୁ ପେନସନ ଟଙ୍କା

ଭୁବନେଶ୍ୱର: ହିତାଧିକାରୀ ପାଇବେ ୪ମାସର ଅଗ୍ରୀମ ମଧୁବାବୁ ପେନସନ ଟଙ୍କା । ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି ।କରୋନା ଆରମ୍ଭ ହେବା ସମୟରେ ସରକାର ଏହି ଅଗ୍ରୀଣ ଭତ୍ତା ବ୍ୟବସ୍ଥାକୁ ଲାଗୁ କରିଥିଲେ ।ଗତ ୪ ମାସ – ଏପ୍ରିଲ୍, ମେ, ଜୁନ୍, ଜୁଲାଇ  ମାସ ପାଇଁ ରାଜ୍ୟ ସରକାର ଅଗ୍ରୀଣ ଭତ୍ତା ମେ ମାସରେ ହିଁ  ଦେଇଥିଲେ । ଏବେ ପୁଣି ୪ ମାସ ପାଇଁ ପେନସନ୍ ମିଳିବ । ସେପ୍ଟେମ୍ୱର, ଅକ୍ଟୋବର, ନଭେମ୍ୱର ଓ ଡିସେମ୍ୱର ମାସ ପାଇଁ ଅଗ୍ରୀଣ ପେନସନ୍ ଦେବା ନେଇ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ସେହିଭଳି ରାଜ୍ୟ ସରକାର ଅଗଷ୍ଟ ମାସରେ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ସହ କିନ୍ନରଙ୍କ କ୍ଷେତ୍ରରେ ମଧ୍ୟ ଏହି ସୁବିଧା ଲାଗୁ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular