ନୂଆଦିଲ୍ଲୀ: ବେଆଇନ ଅନୁପ୍ରବେଶ ରୋକିବାକୁ ମିଆଁମାରର ଦକ୍ଷିଣ ସୀମାନ୍ତରେ ଚୀନ ୨୦୦୦ କିଲୋମିଟର ଦୀର୍ଘ କଣ୍ଟା ତାରବାଡ଼ ନିର୍ମାଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ସୀମାନ୍ତରେ ତାରବାଡ଼ ନିର୍ମାଣକୁ ମିଆଁମାର ସେନା ବିରୋଧ କରୁଥିଲେ ମଧ୍ୟ ଚୀନ ତା’ର ନିଷ୍ପତ୍ତିରେ ଅଟଳ ରହିଛି। ମିଆଁମାର ସୀମାନ୍ତରେ ଚୀନ ତାର ପ୍ରାଚୀର ନିର୍ମାଣ କରିବା କଥାରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି। ଏହା ଚୀନର ବିସ୍ତାରବାଦୀ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଏକ ଶୀର୍ଷସ୍ତରୀୟ ଗବେଷଣା ସଂସ୍ଥାନ କହିଛି। ଆସନ୍ତା ଦଶନ୍ଧିମାନଙ୍କରେ ଦକ୍ଷିଣ ଏସିଆରେ ବିବାଦ ବୃଦ୍ଧି ପାଇବ ବୋଲି ମଧ୍ୟ ଉକ୍ତ ସଂସ୍ଥାନ ପୂର୍ବାନୁମାନ କରିଛି। ଚୀନର ଦକ୍ଷିଣପଶ୍ଚିମ ୟୁନାନ ପ୍ରଦେଶରେ କଣ୍ଟା ତାରରେ ତିଆରି ହେଉଥିବା ଏହି ପ୍ରାଚୀରର ଉଚ୍ଚତା ପ୍ରାୟ ୯ ମିଟର।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0