spot_img

ପୂର୍ବ ଲଦାଖରେ ଦାଦାଗିରି ଦେଖାଉଛି ଚାଇନା

ପୂର୍ବ ଲଦାଖରେ ଦାଦାଗିରି ଦେଖାଉଥିବା ଚାଇନା ଏବେ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ଚାଇନା ଏଲଏସିକୁ ଲାଗି ରହିଥିବା ତାସୀମାରେ ଟ୍ୟାଙ୍କ ଦ୍ୱାରା ବୋମା ବର୍ଷଣ କରିବା ଆରମ୍ଭ କରିଛି। ଚାଇନାର ଏପରି ବୋମା ବର୍ଷଣ ଯୋଗୁ ଲଦାଖରେ ଥିବା ପାହାଡ଼ ଗୁଡ଼ିକ ଥରି ଉଠିଛି। ଚାଇନା ନିଜର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିକଟରେ ରୁଟୋଗ କାଉଣ୍ଟି ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଥିଲା। ଏହି ଅଞ୍ଚଳଟି ଭାରତୀୟ ସୀମାର ଖୁବ ନିକଟରେ ରହିଛି। ଚାଇନା କରୁଥିବା ଯୁଦ୍ଧାଭ୍ୟାସର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ, ଚାଇନା ନୂଆ ଟାଇପ୍୧୫ ଟ୍ୟାଙ୍କର ଗ୍ରୁପ୍କୁ ମଧ୍ୟ ପ୍ରସ୍ତୁତ କରି ରଖିଛି। ଏହି ଟ୍ୟାଙ୍କ ଗୁଡ଼ିକ ଯୁଦ୍ଧ ମୈଦାନରେ ଟାଇପ ୯୯ଏ ସହ ମିଶି ଶତ୍ରୁପକ୍ଷର ମୁକାବିଲା କରିବେ। ଟାଇପ ୯୯ଏ ଅଧିକ ଘାତକ ହୋଇଥିବା ବେଳେ ଟାଇପ ୧୫ କ୍ଷିପ୍ର ବେଗରେ ଆକ୍ରମଣ କରିବାର କ୍ଷମତା ରଖିଛି। ଦୀର୍ଘ ଦିନ ହେଲାଣି ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏସବୁ ଭିତରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ଦେଶର ଯବାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ କହିଥିଲେ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular