ବେଜିଂ: ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା । ସୈନିକଙ୍କୁ ଆଲର୍ଟ କରି ମୃତୁ୍ୟକୁ ନ ଡରିବା ପାଇଁ କହିଲେ ରାଷ୍ଟ୍ରପତି ଜିନପିଙ୍ଗ । ଏହାସହ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେବାକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମିଲଟାରୀ କମାଣ୍ଡରଙ୍କୁ ସମ୍ବୋଧିତ କରିବା ବେଳେ ଜିନପିଙ୍ଗ୍ ଏହା କହିଛନ୍ତି । ଚୀନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ଜିନପିଙ୍ଗ୍ ସୈନିକଙ୍କୁ କହିଛନ୍ତି ଯେ, ଯୁଦ୍ଧ ପାଇଁ ସମସ୍ତ ଅଭ୍ୟାସ ସାରିଦିଅନ୍ତୁ । ଏହାର କିଛି ସପ୍ତାହ ପୂର୍ବରୁ ମଧ୍ୟ ସମାନ କଥା ଜିନପିଙ୍ଗ୍ ସୈନିକଙ୍କୁ କହିଥିଲେ । ଏବେ ଚୀନ ସହ ଆମେରିକା, ଭାରତ ଓ ତାଇଓ୍ୱାନର ଉତ୍ତେଜନା ଲାଗି ରହିଛି । ଡେଲିମେଲର ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଜିନପିଙ୍ଗ୍ ନୌସୈନିକଙ୍କୁ ଯୁଦ୍ଧ ପାଇଁ ପୁରା ଶକ୍ତି ଓ ସାମର୍ଥ୍ୟ ଲଗାଇବାକୁ କହିଥିଲେ । ଏହାସହ ଆଲର୍ଟ ମଧ୍ୟ କରିଥିଲେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0