spot_img

ଗୁଡିପାଲି ଖେଳରୁ ମହାଭାରତ : ଭାଇକୁ ହତ୍ୟା କଲା ଭାଇ

ଗଞ୍ଜାମ: ଗୁଡିପାଲି ଖେଳରୁ ସଂପର୍କୀୟ ଭାଇକୁ ହତ୍ୟା କଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ବ୍ଲକ ବୁଡାଆମ୍ବ ପଞ୍ଚାୟତର ମୁକ୍ତାମାଳା ଚମ୍ପେତପୁର ଗାଁରେ । ନିଜ ସଂପର୍କୀୟ ଦାଦା ପୁଅ ଭାଇକୁ ଏକ ଛୁରୀରେ ହତ୍ୟା କରିଛି ବଡବାପାଙ୍କ ପୁଅ । ମୃତକ ହେଲେ ମୁକ୍ତାମାଳା ଚମ୍ପେତପୁର ଗାଁର ବାବୁଲା ଗୌଡ । ଗୁଡିପାଲି ଖେଳକୁ ନେଇ ବାବୁଲା ଓ ସଂପର୍କୀୟ ଭାଇ ଭନୃସିଂହ ଗୌଡଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବଚସାରେ ରାଗିଯାଇ ନୃସିଂହ ଏକ ଛୁରୀରେ ବାବୁଲାର ପେଟକୁ ୩ଥର ଭୁସି ଫେରାର ହୋଇଯାଇଥିଲା ।

ଗୁରୁତର ଅବସ୍ଥାରେ ବାବୁଲାକୁ ପୋଲସରା ମେଡିକାଲ ନିଆଯାଇଥିବା ବେଳେ ସେଠାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ପରେ ପୋଲସରା ପୁଲିସ ଓ କବିସୂର୍ୟ୍ୟନଗର ପୁଲିସ ତଦନ୍ତ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular