spot_img

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଖୁସି ନାହିଁ ଚୀନ: ଫାରୁକ ଅବଦୁଲା

ଜମ୍ମୁ-କାଶ୍ମୀର: ଚୀନ ସହାୟତାରେ ପୁଣି ଧାରା-୩୭୦ ଫେରିବ ବୋଲି ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲା ଦେଇଥିବା ବିବାଦୀୟ ବୟାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ କରିଛି ଦଳ । ଫାରୁକ ଅବଦୁଲ୍ଲାଙ୍କ ଏହି ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ନ୍ୟାସନାଲ କନଫରେନ୍ସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଚୀନ ସହାୟତାରେ କାଶ୍ମୀର ପୁଣି ଧାରା ୩୭୦ ଲାଗୁ କରାଯିବ ବୋଲି ଫାରୁକ ଅବଦୁଲ୍ଲା କେବେ ବି କହିନାହାଁନ୍ତି, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଚୀନ ଖୁସି ନଥିବା ଫାରୁକ କହିଥିଲେ । ତାଙ୍କ ବୟାନର ଭୁଲ ଉପସ୍ଥାପନା କରାଯାଇଥିବା ଦଳ ପକ୍ଷରୁ ସଫେଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular