ଲଦାଖ: ପୂର୍ବ ଲଦାଖର ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ଼ ନିକଟରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଜଣେ ଚୀନ ଯବାନଙ୍କୁ ସେନା ଅଟକ ରଖିଥୁଲା। ସେହି ଯବାନଙ୍କୁ ଏବେ ତାଙ୍କ ଦେଶକୁ ଫେରାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଜାଣିବାକୁ ମିଳିଛି ଯେ ପିପୁଲ୍ସ ଲିବରେସନ ଆର୍ମିର ଏହି ଯବାନ ଜଣକ ବାଟ ଭୁଲି ଭୁଲରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରି ଆସିଥିଲେ।ପିଏଲଏର ଏହି ଯବାନଙ୍କୁ ଆଜି କିମ୍ବା ରବିବାର ତାଙ୍କ ଦେଶକୁ ପଠାଇ ଦିଆଯିବାର ବନ୍ଦୋବସ୍ତ କରାଯାଉଛି । ନିକଟରେ ଏକ ସରକାରୀ ବିବୃତିରେ ଘୋଷଣା କରାଯାଇଥିଲା ଯେ ଜଣେ ଚୀନ ଯବାନଙ୍କୁ ଭାରତ ସୀମା ପାର କରିଥିବା ବେଳେ ଧରାଯାଇଥିଲା। ଯବାନ ଜଣଙ୍କୁ ଭାରତୀୟ ସେନା ଗିରଫ କରିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0