spot_img

ଚନ୍ଦା କୋଚର୍ଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: -ଆଇସିଆଇସିଆଇର ପୂର୍ବତନ କାର୍ଯ୍ୟ ନିର୍ବାହି ଅଧିକାରୀ ଚନ୍ଦା କୋଚରଙ୍କୁ ମିଳଛି ଜାମିନ । ତେବେ ତାଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭିଡିଓକନ୍ ମଧ୍ୟରେ ହୋଇଥିବା ଅର୍ଥ ହେର୍ଫେର୍ ମାମଲାରେ ଗିରଫ କରାଯାଇଥିଲା । ଅର୍ଥ ହେର୍ଫେର୍ ନିବାରଣ ଆଇନ୍ର ସ୍ବତନ୍ତ୍ର କୋର୍ଟ ଜାନୁଆରୀ ୩୦ ତାରିଖରେ ଚନ୍ଦା କୋଚରଙ୍କ ସମେତ ତାଙ୍କ ସ୍ବାମୀ ଦୀପକ୍ କୋଚର, ଭିଡିଓକନ୍ ଗ୍ରୁପର ପ୍ରମୋଟର୍ ଭେଣୁଗୋପାଳ ଧୁତ୍ ଏବଂ ଏହି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ସମନ୍ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସମ୍ପର୍କିତ ଚାର୍ଜ ସିଟ୍ ଦାଖଲ କରିସାରିବା ପରେ କୋର୍ଟ ଏହି ଆଦେଶ ଦେଇଥିଲେ । ଅନ୍ୟପଟେ ୫ ଲକ୍ଷର ବଣ୍ଡ ବଦଳରେ ବେଲ୍ ମଞ୍ଜୁର ହୋଇଥିବାର ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular