spot_img

ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଖାତାକୁ ଆସିଲାଣି ୧ ହଜାର କୋଟି ଟଙ୍କା

ଲକ୍ଷ୍ନୌ: ରାମ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର କାର୍ଯ୍ୟ ଜୋରଦାର ଚାଲିଛି । ତେବେ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରୁ ପାଣ୍ଠି ସଂଗ୍ରହ କରାଯାଉଛି । ସାରା ଦେଶରେ ପାଖା ପାଖି ଦେଢ ଲକ୍ଷ ଟୋଲି ଏହି କାର୍ଯ୍ୟ କରୁଛନ୍ତି । ଏହି ସଂଗୃହିତ ଅର୍ଥକୁ ୩୭ ହଜାର ଲୋକ ବ୍ୟାଙ୍କରେ ଜମା କରୁଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ଅନୁସାରେ, ରାମ ମନ୍ଦିର ନିର୍ମାଣ ପାଇଁ ମାସକରୁ କମ ସମୟ ମଧ୍ୟରେ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି । ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାୟ ୧.୫ ଲକ୍ଷ ଗ୍ରୁପ ସାରା ଦେଶରେ ଘରକୁ ଘର ବିଲି ପାଣ୍ଠି ସଂଗ୍ରହ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular