spot_img

ଆରମ୍ଭ ହେଲା ଛଟ୍ ପୂଜା

ପାଟନା: ବିହାରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଛଟ୍ ପୂଜା । ଏହି ପୂଜା ଆସନ୍ତା ୪ ଦିନ ଧରି ଅର୍ଥାତ୍ ନଭେମ୍ବର ୧୮ରୁ ୨୧ ତାରିଖ ଯାଏଁ ଅନୁଷ୍ଠିତ ହେବ । ଏହି ପର୍ବରେ ନୀତି ନିୟମ ପୂର୍ବକ ଛଟି ମାଁ ଏବଂ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ । ବିଶ୍ୱାସ ଅନୁସାରେ ଛଟି ମାଁ ହେଉଛନ୍ତି ସୂର୍ଯ୍ୟ ଦେବତାଙ୍କ ଭଉଣୀ । ଏହି ପର୍ବଟି ମୁଖ୍ୟତଃ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଏବଂ ନେପାଳ ଭଳି ଦେଶ ମାନଙ୍କରେ ପାଳନ କରାଯାଏ । କିନ୍ତୁ ବିହାରବାସୀ ଏହି ପର୍ବ ଟିକୁ ଖୁବ୍ ଧୁମଧାମରେ ପାଳନ କରନ୍ତି । ଏହି ପର୍ବରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ସକଳ ମଙ୍ଗଳ କାମନା କରି ପୂଜା କରାଯାଇଥାଏ ।

biharତେବେ ଏହି ପର୍ବଟି ଆମ ଦେଶରେ ଦୁଇଥର ପାଳନ କରାଯାଇଥାଏ । । ପ୍ରଥମ ଥର ଗ୍ରୀଷ୍ମ ଋତୁରେ ଅର୍ଥାତ୍ ହୋଲି ପର୍ବ ସମୟରେ ପାଳନ କରାଯାଏ । ଦ୍ୱିତୀୟ ଥର ଶୀତ ରୁତୁରେ ଅର୍ଥାତ୍ କାର୍ତ୍ତିକ ମାସରେ ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏହି ପର୍ବ କାର୍ତ୍ତକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ପାଳନ କରାଯାଏ । ଯାହାକି ଦିପାବଳୀର ଠିକ ଛଅ ଦିନ ପରେ ପଡିଥାଏ । ଛଟ୍ ପୂଜାରେ ସୂର୍ଯ୍ୟ ଦେବତାଙ୍କୁ ଯେଉଁ ଥାଳିରେ ଅର୍ଘ୍ୟ ଦିଆଯାଏ, ତାହା ଚାନ୍ଦି, ଷ୍ଟିଲ, କିମ୍ବା ପ୍ଲାଷ୍ଟିକର ହେବା ଉଚିତ ନୁହେଁ । ସୂର୍ଯ୍ୟ ଦେବତାଙ୍କୁ ତମ୍ବା ଲୋଟାରେ ଅର୍ଘ୍ୟ ଅର୍ପଣ କରାଯାଏ । ଛଟି ମାଁଙ୍କ ପ୍ରସାଦ ମଧ୍ୟ ବିଶେଷ ଧ୍ୟାନ ଦେଇ ପ୍ରସ୍ତୁତ କରିବାକୁ ପଡିଥାଏ ।ଏହାକୁ ପ୍ରସ୍ତୁତ କରିବା ସମୟରେ ସ୍ୱଚ୍ଛତା ଏବଂ ଲୁଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଅର୍ଥାତ୍ ଲୁଣ ବ୍ୟବହାର ହୋଇଥିବା ଖାଦ୍ୟକୁ ଖାଇବା ତ ଦୂରର କଥା ଛୁଇଁବା ମଧ୍ୟ ମନା ହୋଇଥାଏ । ମାତ୍ର ଚଳିତ ବର୍ଷ କରୋନା କଟକଣା ଭିତରେ ଏହି ପର୍ବ ପାଳନ କରିବାକୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି । ଛୋଟ ପୋଖରୀ କିମ୍ବା ନଦୀ କୂଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular