ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିସ୍ଥିତ ସମବାୟ ବ୍ୟାଙ୍କ ଆଗରେ ଦେଖିବାକୁ ମିଳିଛି ଚାଷୀଙ୍କ ଲମ୍ବା ଲାଇନ। ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଠିକ ସମୟରେ ଖୋଲୁନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସମବାୟ ସମିତିରୁ ଋଣ ନେଇ ଚାଷ କରୁଥିବା ଋଣୀ ଚାଷ ବୀମା ଟଙ୍କା ଛାଡ଼ ଆସିଥିବା ବେଳେ ଟଙ୍କା ଉଠାଣ କରିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ । ଟଙ୍କା ଉଠାଇବା ପାଇଁ ଦୂର ଦୂରାନ୍ତରୁ ଆସି ରାତି ୩ଟାରୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ ଦେଉଥିବା ଦେଖିବାକୁ ମିଳିଛି । ବ୍ୟାଙ୍କ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେଉଛନ୍ତି ଶତାଧିକ ଲୋକେ । ନା ସେମାନଙ୍କ ମୁହଁରେ ମାସ୍କ ଅଛି ନା ସେମାନେ ସାମାଜିକ ଦୂରତ୍ୱ ରଖୁଛନ୍ତି । କରୋନା ସମୟରେ ଘରେ ଅର୍ଥ ନଥିବାରୁ ଟଙ୍କା ଉଠାଣ ପାଇଁ ରାତି ୩ଟାରୁ ଜଳେଶ୍ୱରପୁର, ଯଶିପୁର ଆଦି ଅଞ୍ଚଳରୁ ଆସିଛୁ ହେଲେ ପୂର୍ବାହ୍ନ ୧୧ଟା ବାଜିଲାଣି ହେଲେ ବ୍ୟାଙ୍କ ଖୋଲୁ ନଥିବାରୁ ସମସ୍ୟା ଉପୁଜୁଛି ବୋଲି ଋଣୀ ଚାଷୀ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0