କୋରାପୁଟ: ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣାଯାଉଥିବା ବେଳେ ମଣ୍ଡି ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଛି କୋରାପୁଟ ଜିଲ୍ଲା ୟୁଥ ଅର୍ଗାନାଇଜେସନ୍ । ଏଥିନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅର୍ଗାନାଇଜେସନର ସଂଯୋଜକ ରବିନ୍ଦ୍ର ମହାପାତ୍ର , ପୌର କାଉନସିଲର ଯଶପାଲ ସିଂ , ମନୋଜ କୁମାର ବେହେରା , ଗୋପି ରାଓ , ରଞ୍ଜିତ ହୋତା ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଛନ୍ତି । ମଣ୍ଡିରେ ଲୋଡିଂ , ଅନଲୋଡ଼ିଂ , ଧାନ ମିଲକୁ ପହଞ୍ଚାଇବା ପର୍ୟ୍ୟନ୍ତ ସବୁ ଖର୍ଚ୍ଚ ଚାଷୀ ନିଜେ ବହନ କରୁଛି । ଅନ୍ୟ ପକ୍ଷରେ ମଣ୍ଡିରୁ ମିଲକୁ ଧାନ ପହଞ୍ଚାଇବା , ବସ୍ତା ପ୍ୟାକିଂ ଓ ମଣ୍ଡି ହ୍ୟାଣ୍ଡଲିଂ ଆଦି ଖର୍ଚ୍ଚ ନାଁରେ ଲକ୍ଷ ଲକ୍ଷ ଟଙ୍କା ସରକାର ବହନ କରୁଛନ୍ତି । ଯଦି ଚାଷୀ ମାନେ ଏସବୁ କରୁଛନ୍ତି ତେବେ ଏହି ଟଙ୍କା କିଏ ପାଉଛି ବୋଲି ଅର୍ଗାନାଜେସନ୍ ପକ୍ଷରୁ ପ୍ରଶ୍ନ କରାଯାଇଛି । ମଣ୍ଡିରେ ନିୟୋଜିତ କର୍ମଚାରୀ ଦଲାଲ ଏଜେଣ୍ଟଙ୍କ ସହ ସଲାସୁତରା ହୋଇ ଏଣ୍ଟ୍ରି କରୁଥିବା ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରାଯାଇ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ପ୍ରଶାସନ ଏଥିନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ବୋଲି ଚେତବାନୀ ଦିଆଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0