spot_img

୨୦୨୨ରେ ମହିଳା କ୍ରିକେଟ ବିଶ୍ୱକପ୍

୨୦୨୨ରେ ହେବ ମହିଳା କ୍ରିକେଟ ବିଶ୍ୱକପ । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ପକ୍ଷରୁ ୨୦୨୨ ମହିଳା କ୍ରିକେଟ ବିଶ୍ୱକପ ପାିଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହି ପ୍ରତିଯୋଗିତା ନୁ୍ୟଜଲାଣ୍ଡରେ ଅନୁ୍ଠିତ ହେବ । ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୬ରେ ଟୌରଙ୍ଗାର ବେ ଓଭାଲ ଗ୍ରାଉଣ୍ଡରେ ଏକ କ୍ୱାଲିଫାୟର ଦଳ ବିପକ୍ଷରେ ଖେଳି ଭାରି ଏହାର ଅଭିଯାନ ଆରମ୍ଭ କରିବ । ପରେ ମାର୍ଚ୍ଚ ୧୨ ଓ ୨୨ ରେ ମଧ୍ୟ ଭାରତ ହାମିଲଟନର ସେଡନ ପାର୍କରେ ଅନ୍ୟ ଦୁଇ କ୍ୱାଲିଫାୟର ଦଳ ବିପକ୍ଷରେ ମ୍ୟାଚ ଖେଳିବ । ରାଉଣ୍ଡ ରବିନ ଭତ୍ତିରେ ଖେଳାଯିବାକୁ ଥିଚା ଟୁର୍ଣ୍ଣାମେଣ୍ଟରେ ଭାରତ ମାର୍ଚ୍ଚ ୧୬ରେ ଇଂଲଣ୍ଡକୁ ଭେଟିବ । ଏହି ମ୍ୟାଚ ଲଡରସରେ ୨୦୧୭ ମହିଳା ବିଶ୍ୱକପ ଫାଇନାଲର ରିମ୍ୟାଚ ସଦୃଶ ହେବ । ,ହାପରେ ଭାରତ ୧୯ରେ ଅକଲାଣ୍ଡର ଇଡେନ ପାର୍କରେ ଅଷ୍ଟ୍ରେଲିଆ ଏବଂ ୨୭ରେ ଖ୍ରୀଷ୍ଟଚର୍ଚ୍ଚର ହାଗେଲ ଓଭାଲରେ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା କରିବ । ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ପ୍ରତିଯୋଗିତା ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଅକଳାଣ୍ଡ , ଟୌରଙ୍ଗା, ହାମିଲଟନ, ୱେଲିଂଟନ , ଖ୍ରୀଷ୍ଟଚର୍ଚ୍ଚ ଓ ଡୁନେଡିନରେ ଖେଳିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular