spot_img

ମାଛ ଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ବୋମା ମାଡ

ଡେଲାଙ୍ଗ: ମାଛ ଧରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବୋମା ମାଡ। କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ନାଇକୁଳ ପାଟଣାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାଇକୁଳ ପାଟଣା ଓ ଜାଗୁଳାଇ ପଦର ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଏତେ ମାତ୍ରାରେ ବଢ଼ି ଯାଇଥିଲା। ପରେ ୨ ଗୋଷ୍ଠୀ ମଧ୍ୟରେ ବୋମା ମାଡ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଡିଶାଗୋଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଛି। ବର୍ତ୍ତମାନ ପରିସ୍ଥିତି ଶାନ୍ତି ଶୃଙ୍ଖଳା ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular