spot_img

ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଭବନ ନିକଟସ୍ଥ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ବିସ୍ପୋରଣରେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖ ଯୋଗ୍ୟ, ଆଜି ବିସ୍ଫୋରଣରେ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ସେମାନଙ୍କୁ କଟକ ଏସ୍ସିବି ପଠାଯାଇଛି ବୋଲି ପୁଲିସ କମିଶନର ସୁଧାଂଶ ଷଡଙ୍ଗୀ କହିଛନ୍ତି। ପେଟ୍ରୋଲ ପମ୍ପରେ ଥିବା ଡିଜେଲ ଓ ପେଟ୍ରୋଲ ଟାଙ୍କି ସୁରକ୍ଷିତ ରହିଛି। ସିଏନ୍ଜି ଟାଙ୍କିରେ ବଳିଥିବା ସିଏନ୍ଜିକୁ ବାହାର କରିବା ପାଇଁ ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular