spot_img

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା ଦୁଇଟି ନାଗରିକକେନ୍ଦ୍ରିକ ଆପ୍

ଭୁବନେଶ୍ବର: ଆଜି ସ୍ବାୟତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ସହର’ ଓ ‘ସ୍ବଚ୍ଛ ସହର ଓଡ଼ିଶା’ ନାମକ ଦୁଇଟି ନାଗରିକକେନ୍ଦ୍ରିକ ମୋବାଇଲ୍‌ ଫୋନ୍ ଆପ୍ଲିକେସନ୍‌ର ଶୁଭାରମ୍ଭ କରିଛନ୍ତି।ଏହି ଆପ୍ ଦୁଇଟି ଲଞ୍ଚ୍ ହେବା ଫ‌ଳରେ ନଗରାଞ୍ଚଳ ପୌର ସଂସ୍ଥାଗୁଡ଼ିକ ଅନ୍‌ଲାଇନ୍ ଯୋଗେ ‘ୟୁଟିଲାଇଜେସନ୍ ସାର୍ଟିଫିକେଟ୍’ ଦାଖଲ କରିପାରିବେ। ଫଳରେ ଅର୍ଥନୈତିକ ପରିଚାଳନା କାର୍ଯ୍ୟ ଉତ୍ତମରୂପେ କରାଯାଇପାରିବ।

ଆଜି ଭିଡିଓ କନ୍‌ଫରେନ୍ସିଙ୍ଗ୍ ଜରିଆରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ସ୍ବାୟତ ଶାସନ ଦିବସ ପାଳନ ହୋଇଥିଲା। ବିଶେଷକରି, ମହାମାରୀ ସମୟରେ ନଗରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ବର୍ଦ୍ଧିଷ୍ଣୁ ଆକାଙ୍‌କ୍ଷା ପୂରଣ କରିବାକୁ ନଗରାଞ୍ଚଳ ପୌରପାଳିକାମାନେ ଉତ୍ସର୍ଗୀକୃତ ଭାବେ କାମ କରିବାକୁ ଏଥିରେ ଦେଇଥିବା ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି।କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ସହରାଞ୍ଚଳର ପୌରପାଳିକାମାନଙ୍କର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ମହାମାରୀ ସମୟରେ ପରିମଳ ଯୋଦ୍ଧାମାନଙ୍କର ନିରନ୍ତର ଏବଂ ଉତ୍ସର୍ଗୀକୃତ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ନଗରାଞ୍ଚଳ ପରିମଳରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାରଙ୍କର ସଫଳତାର ମନ୍ତ୍ର ମଧ୍ୟରୁ ମହିଳା ସଶକ୍ତିକରଣ ଅନ୍ୟତମ। ମିସନ ଶକ୍ତି ସଦସ୍ୟାମାନଙ୍କୁ ରାଜ୍ୟ ପରିମଳ ସମାଧାନର ଓତଃପ୍ରୋତ ଭାବେ ବର୍ଣ୍ଣନା କରି ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏଥିସହ ରାଜ୍ୟର କେତେକ ନଗରାଞ୍ଚଳ ପୌରପାଳିକାରେ ୧୦୦ଟି ‘ଫଙ୍କ୍‌ସନାଲ୍‌ ମାଇକ୍ରୋ କମ୍ପୋଜିଟ୍‌ ସେଣ୍ଟର୍‌’ ଏବଂ ୫୦ଟି ‘ଫଙ୍କ୍‌ସନାଲ୍‌ ମ୍ୟାଟେରିଆଲ୍‌ ରିକଭରି ଫ୍ୟାସିଲିଟିଜ୍’କୁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି। ଏହାଛଡ଼ା ସେ ୫୧ ମଳ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବ୍ୟବସ୍ଥା ଯେମିତି ନିଶ୍ଚିତ ଭାବେ ସମସ୍ତ ସହର ଓ ନଗରରେ ବ୍ୟାପକ ‌କରାଯାଇ ପାରିବ ସେଥିପ୍ରତି ଗୁରୁତ୍ବାରୋପ କରିଛନ୍ତି।

ପରିମଳ ବ୍ୟବସ୍ଥାର ପରିଚାଳନା ଦାୟିତ୍ବକୁ ଗୋଷ୍ଠୀଭିତ୍ତିକ ସଙ୍ଗଠନ ଉପରେ ନ୍ୟସ୍ତ କରିବାକୁ ରାଜ୍ୟ ବରାବର ଉଦ୍ୟମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ରାଉରକେଲା, ଅନଗୁଳ, ବାଲେଶ୍ବର ଏବଂ ଢେଙ୍କାନାଳ ପୌରପାଳିକାରେ ଥିବା ମିସନ ଶକ୍ତି ଗ୍ରୁପ୍‌କୁ ଚାରୋଟି ‘ସେପ୍ଟେ‌ଜ୍ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌’ ଚାଳନା ଓ ତତ୍ତ୍ବାବଧାନ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular