ଆସିକା: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ହରିପୁର ନୂଆସାହିରେ ମୋବାଇଲ ଫାଟି ୨ ଶିଶୁ ଆହତ ହୋଇଛନ୍ତି। ଆହତ ଦୁଇ ଶିଶୁ ହେଲେ ରାଜା ଓ ଶୁଭମ । ଦୁହିଁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରାଜାର ଅବସ୍ଥା ଗୁରୁତର ହେବାର ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଶୁଭମ ଧରକୋଟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଷଷ୍ଠ ଶ୍ରେଣୀରେ ପଢୁଥିବା ରାଜା ଓ ଶୁଭମ ଗତକାଲି ଟ୍ୟୁସନରୁ ଘରକୁ ଫେରିବାବେଳେ ରାସ୍ତାରୁ ଗୋଟିଏ ମୋବାଇଲ ବ୍ୟାଟେରି ପାଇଥିଲେ । ସେହି ବ୍ୟାଟେରିରେ ତାର ସଂଯୋଗ କରି ଖେଳୁଥିବାବେଳେ ବ୍ୟାଟେରିଟି ବିସ୍ଫୋରଣ ହୋଇଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0