ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବାକୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଆଜି ସନ୍ଧ୍ୟା ୬ଟାରେ ୧ମିନିଟ ଲେଖାଏଁ ନିରବ ପ୍ରାର୍ଥନା କରିବାପାଇଁ ମୁଖ୍ୟ ମନ୍ତ୍ରୀ ସମସ୍ତ ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି । ଏହି ସମୟରେ ଯିଏ ଯେଉଁଠାରେ ଥାଆନ୍ତୁ , ସେଠାରେ ଠିଆ ହୋଇ ନୀରବ ପ୍ରାଥର୍ନା କରିବା ପାଇଁ ଯୋଗ ନବୀନ କହିଛନ୍ତି । ସେ ଏହାର ନେତୃତ ନେବେ ବୋଲି ଜଣାଇଛନ୍ତି । କେବଳ ସେତିକି ନୁହଁ , ପ୍ରାର୍ଥନା ସଭାପରେ ଟିଭି ଓ ସୋସିଆଲ ମିଡ଼ିଆ ଜରିଆରେ ସମସ୍ତଙ୍କୁ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ଯେ ଏହି ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ୍ ନିୟମାବଳୀର କଡ଼ାକଡ଼ି ।
ପାଳନ ସଂପର୍କରେ ଏହି ଶପଥପାଠ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେବ। ସେ କହିଛନ୍ତି ଆହୁରି ମଧ୍ୟ କହିଛନ୍ତ ମାନବ ଜାତି ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ଦେଇ ବର୍ତ୍ତମାନ ଗତିକରୁଛି । ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ। କୋଭିଡ୍ ଯୁଦ୍ଧରେ ଓଡ଼ିଶାର ସଂଗ୍ରାମରେ ଏହା ହେଉଛି ମହତ୍ବପୂର୍ଣ୍ଣ ଘଟଣା। ସମସ୍ତଙ୍କ ସହଯୋଗରେ ଓଡ଼ିଶା ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛି। ରାଜ୍ୟରେ ମୃତ୍ୟୁ ହାର ୦.୫୭% ଅଟେ, ଯାହାକି ସାରା ଦେଶରେ ସବୁଠାରୁ କମ୍। ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ଲକ୍ଷ୍ୟ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ମୃତ୍ୟୁହାର କମ୍ ରହିଛି। ହଜାର ହଜାର କୋଭିଡ୍ ଯୋଦ୍ଧାଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି। ଏହି ଭୟାନକ ଯୁଦ୍ଧରେ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0