କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନଲାଇନ ଆବେଦନ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହେବ । ଅନଲାଇନ ଆବେଦନର ସମସ୍ତ ନିୟମାବଳୀ ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହୋଇଛି । ଆବେଦନ କରିବାକୁ ଚାହୁଁଥିବା ପରୀକ୍ଷାର୍ଥୀ ଆସନ୍ତା ୧୮ ତାରିଖ ମଧ୍ୟରାତ୍ର ସୁଦ୍ଧା ଷ୍ଟେଟବ୍ୟାଙ୍କ କଲେକ୍ଟ ମାଧ୍ୟମରେ ଫି ଦାଖଲ କରିପାରିବେ । ଯେଉଁମାନେ ଶେଷ ମୁହୂର୍ତ୍ତରେ ଫି ଦାଖଲ କରିବେ ସେମାନେ ଅଗଷ୍ଟ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମ ଦାଖଲ କରିପାରିବେ । ବୋର୍ଡ କତ୍ତୃପକ୍ଷ ପୁନଃ ଯାଞ୍ଚ ପକ୍ରିୟାକୁ ଆସନ୍ତା ୩ ମାସ ମଧ୍ୟରେ ସମାପ୍ତ କରି ସଂଶୋଧିତ ସାର୍ଟିଫିକେଟ ପ୍ରଦାନ କରିବେ ଏବଂ ଆବେଦନକାରୀମାନେ ଖାତାର ଜେରକ୍ସ କପି ବୋର୍ଡ ୱେବସାଇଟରୁ ଡାଉନଲୋଡ କରି ନେଇ ପାରିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୁପକ୍ଷ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 1