ମୁମ୍ବାଇ: ବଲିଉଡ ଜଗତକୁ ଶେଷ ହୋଇଯିବାକୁ ଦେବୁନାହିଁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ଫଷ୍ଟ କରିଛନ୍ତି । ଯଦି କେହି ବଲିଉଡକୁ ଧ୍ୱଂସ କରିବାକୁ ଉଦ୍ୟମ କରନ୍ତି ତେବେ ତାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କହି ଉଦ୍ଧବ ଏବେ ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ ସୁଶାନ୍ତଙ୍କ ରହସ୍ୟ ଜନକ ମୃତୁ୍ୟ ମାମଲାରେ ବଲିଉଡରେ ବହୁ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉଛି । ତେବେ ଏହାର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଏପରି କହିଥିବାର ସୂଚନା ମିଳିଛି । ପୁଣି ଉଦ୍ଧବ କହିଛନ୍ତି ବଲିଉଡ୍କୁ ନେଇ ଯେଉଁଭଳି ଅପପ୍ରଚାର କରାଯାଉଛି ଏବଂ ଏହାକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି, ତାହା ହେବାକୁ ଦେବୁନାହିଁ । ତେବେ ମୁମ୍ବାଇ କେବଳ ଦେଶର ଆର୍ଥିକ ରାଜଧାନୀ ନୁହେଁ ବରଂ ମନୋରଞ୍ଜନ ରାଜଧାନୀ ବୋଲି ଉଦ୍ଧବ ସ୍ଫଷ୍ଟ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0