spot_img

କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ପେନସନ ଯୋଜନା

ମାତ୍ର ୪୨ ଟଙ୍କାରେ ଆଜୀବନ ସୁରକ୍ଷା । କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ପେନସନ ଯୋଜନା ‘ଅଟଳ ଯୋଜନା’ରେ ସୁରକ୍ଷିତ ହେବ ବୃଦ୍ଧାବସ୍ଥା । ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨.୫୦ କୋଟି ଲୋକ ସାମିଲ ହୋଇ ସାରିଛନ୍ତି । ପିଏଫଆରଡିଏ ବା ପେନସନ୍ କୋଷ ନିୟାମକ ଏବଂ ବିକାଶ ପ୍ରାଧିକରଣ ଏନେଇ ସୂଚନା ଦେଇଛନ୍ତି । ପିଏଫଆରଡିଏ ଅନୁସାରେ ହିତାଧିକାରୀଙ୍କ ସଂଖ୍ୟା ଅକ୍ଟୋବର ୨୦୨୦ ସୁଦ୍ଧା ୩୪.୫୧ ପ୍ରତିଶତ ବୃଦ୍ଧି ପାଇଛି । ଯାହାକି ୨୦୧୯ ବର୍ଷ ଶେଷ ସୁଦ୍ଧା ୧.୮୨ କୋଟି ଥିଲା । ଯୋଜନାରେ ହିତାଧିକାରୀଙ୍କୁ ୬୦ ବର୍ଷ ହେବା ପରେ ଏକ ନୁ୍ୟନତମ ପେନସନ୍ର ଗ୍ୟାରେଣ୍ଟି ପ୍ରଦାନ କରାଯାଏ । ଏହି ଯୋଜନାରେ ସାମିଲ ହେବା ପାଇଁ ଜଣେ ବ୍ୟକ୍ତିକୁ ସର୍ବନିମ୍ନ ୧୮ ଓ ସର୍ବାଧିକ ୪୦ ବର୍ଷ ହୋଇଥିବା ଦରକାର । ଆପଣ ଚାହିଁଲେ ମାସକୁ ମାତ୍ର ୪୨ ଟଙ୍କା ଜମାକରି ଏହି ଯୋଜନାରେ ସାମିଲ ହୋଇପାରିବେ । ଯଦି ଆପଣ ମାସକୁ ୪୨ ଟଙ୍କା ଲେଖାଏଁ ଜମା କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତିମାସରେ ସର୍ବନିମ୍ନ ୧ ହଜାର ଟଙ୍କାର ପେନସନ ମିଳିବ । ଏହି କ୍ରମରେ ଆପଣ ମାସକୁ ୨୧୦ ଟଙ୍କା ଜମା କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତିମାସ ପେନସନ୍ ଆକାରରେ ୫ ହଜାର ଟଙ୍କା ପ୍ରଦାନ କରିବେ ସରକାର । ଏଥିପାଇଁ ଆବେଦନକାରୀଙ୍କ ଯେକୌଣସି ଜାତୀୟକରଣ ବ୍ୟାଙ୍କରେ ଆକାଉଣ୍ଟ ଥିବା ନିହାତି ଦରକାର । କେବଳ ସେତିକି ନୁହେଁ ବୀମାଧାରୀଙ୍କ ଅକାଳ ମୃତୁ୍ୟ ପରେ ମଧ୍ୟ ପେନସନ୍ ତାଙ୍କ ପତ୍ନୀଙ୍କୁ ମିଳିବ । ଉଭୟଙ୍କ ମୃତୁ୍ୟ ପରେ ପେନସନ୍ କୋଷର ଜମା ରାଶି ତାଙ୍କ ପରିବାରକୁ ପ୍ରଦାନ କରାଯିବ । ଏହି ଯୋଜନାରେ ଚାକିରୀ ନଥିବା ଲୋକମାନେ ନିଜ ବୟସର ଅପରାହ୍ନକୁ ସୁରକ୍ଷିତ କରିପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular