ଦେଶରେ ୯୦ ଲକ୍ଷ ପାର କଲା କରୋନା ସଂକ୍ରମଣ । । ଗତ ୨୪ ଘଣ୍ଟାରେ ୪୫ହଜାର ୮୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ସମୁଦାୟ ୯୦ ଲକ୍ଷ ୦୪ହଜାର ୩୬୫ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୮୪ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୩୨ ହଜାର ୧୬୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ହଜାର ୮୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା କରୋନାରୁ ସମୁଦାୟ ୮୪ଲକ୍ଷ ୨୮ ହଜାର ୪୦୯ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ରହିଛନ୍ତି ୪ ଲକ୍ଷ ୪୩ ହଜାର ୭୯୪ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0