ଗଞ୍ଜାମ: ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଥିବା ବେଳେ ଗଞ୍ଜାମରେ ଏବେ ଗ୍ରାଫ୍ ତଳମୁହାଁ ରହିଛି । ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଜିଲ୍ଲାକୁ ଆସୁଥିବା ବିଭିନ୍ନ ବସଗୁଡ଼ିକରେ କରୋନା ଗାଇଡ଼ଲାଇନ ଠିକ ଭାବେ ପାଳନ କରାଯାଉଛି କି ନାଇଁ ,ସେନେଇ ଜିଲ୍ଲାପାଳ ଅନୁଧ୍ୟାନ କରୁଛନ୍ତି । ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଚାନକ ପହଁଞ୍ଚି ଜିଲ୍ଲା ବାହାରୁ ଆସୁଥିବା ବିଭିନ୍ନ ବସକୁ ଅନୁଧ୍ୟାନ କରୁଛନ୍ତି । ଯାଞ୍ଚଚାଲିଥିବା ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ୨ଟି ବସରେ ଅଧିକ ସଂଖ୍ୟା ଯାତ୍ରୀ ଓ ବସକୁ ସାନିଟାଇଜ୍ କରାଯାଇନଥିବାର ଦେଖିବାକୁ ପାଇଥିଲେ । ପରେ ତୁରନ୍ତ କାର୍ଯାନୁଷ୍ଠାନ ନେଇ ୨ଟି ବସକୁ ଜୋରିମାନା ଆଦାୟ କରିବାକୁ ସ୍ଥାନୀୟ ଆରଟିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ତାମିଲନାଡ଼ୁରୁ ଆସୁଥିବା ଏକ ବସ ବିହାର ଅଭିମୁଖେ ଯାଉଥିବା ବେଳେ ବସର କୌଣସି କାଗଜପତ୍ର ନଥିବାରୁ ବସକୁ ଜବତ କରାଯାଇଛି । ଏହି ୩ଟି ବସରୁ ମୋଟ ୨୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜିଲ୍ଲାପାଳଙ୍କ ସହ ସ୍ଥାନୀୟ ଆରଟିଓ ଓ ବହୁ ପ୍ରଶାସନିକ ଅଧିକାରୀ ଚଢାଉ ସମୟରେ ଉପସ୍ଥିତ ଥିଲେ । ଅନ୍ୟପଟେ, ଗଞ୍ଜାମ ଆଞ୍ଚଳିକ ବିଭାଗ ପକ୍ଷରୁ ଚଳିତ ମାସ ୨ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ପେଶାଲ ଡ଼୍ରାଇଭ୍ ଦ୍ୱାରା ପ୍ରାୟ ୨ଶହ ଗାଡ଼ି ଜବତ କରାଯାଇଛି । ସମସ୍ତ ଗାଡ଼ିର କାଗଜପତ୍ର ଠିକ୍ ନଥିବା ନେଇ ପାଖାପାଖି ୨୦ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0