ଅନୁଗୁଳ : ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ । ଅନୁଗୁଳ ଜିଲ୍ଲା ମସ୍ଜିଦ୍ ଛକରେ ଥିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ମସ୍ଜିଦ ଥିବା ସତ୍ୟମ ସ୍ନାକ୍ସ ଆଣ୍ଡ ସୁଇଟ୍ସ ନାମକ ଏକ ଦୋକାନରେ ଭୋରରୁ ଧୂଆଁ ବାହାରୁଥିବାରେ ଦେଖିବାକୁ ମିଳିଥିଲା । ଯାହାପରେ କିଛି ଲୋକ ସଟର ତାଡି ଦେଖିନ୍ତତ, ଦୋକାନର ଅନେକ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ବିଦ୍ୟୁତ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ତେବେ ଅଗ୍ନିକାଣ୍ଡର ଖବର ପାଇଁ ଦୋକାନ ମାଲିକ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲା । ଅଗ୍ନିକାଣ୍ଡରେ ୨ଟି ବଡ଼ ଫ୍ରିଜ, ଗୋଟିଏ ଇନ୍ଭୋଟର, ପରି ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0