spot_img

ଲୋକସେବା ଭବନର ସ୍ୱାସ୍ଥ୍ୟ ବିଭାଗ ସିଲ୍

ଭୁବନେଶ୍ୱର: ଲୋକସେବା ଭବନରେ ଥିବା ସ୍ୱାସ୍ଥ୍ୟ ବିଭାଗ ସିଲ୍ । ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହାକୁ ସିଲ୍ କରାଯାଇଛି । ୧୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲୋକସେବା ଭବନକୁ ସିଲ୍ କରାଯାଇଛି । ଯୁଗ୍ମ ସଚିବ ଓ ଉପ ସଚିବ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ୍‌ରେ ରଖାଯିବା ସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଆଇସୋଲେସନ୍‌ରେ ରଖାଯାଇଛି ।

ଅନ୍ୟପଟେ ଖୋର୍ଦ୍ଧାରେ କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଅଭିଯୋଗ କରିବା ପାଇଁ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ ନାହିଁ । ମେଲ୍ ଯୋଗେ ଦେଇପାରିବେ ଅଭିଯୋଗ । ଏହା ସହ ଏକ ଓ୍ୱାଟସ୍ଆପ୍ ନମ୍ବର ମଧ୍ୟ ଜାରି କରିଛନ୍ତି ଜିଲ୍ଲପାଳ ଏବଂ ଏହି ହ୍ୱାଟସ୍ଆପ୍ ମଧ୍ୟମରେ ଅଭିଯୋଗ ମଧ୍ୟ ଦାଖଲ କରିହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular