spot_img

ନୂଆ ରୁପରେ ପ୍ରିୟଙ୍କା

ମୁମ୍ବାଇ : ନୂଆ ବର୍ଷରେ ନୂଆ ରୁପରେ ଆସୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ରିଲିଜ ହେବାକୁ ଯାଉଛି ତାଙ୍କ ଅଭିନୀତ ହଲିଉଡ଼ ଫିଲ୍ମ ‘ୱି କ୍ୟାନ ବି ହିରୋଜ୍’ । ନିକଟରେ ଏହାର ଟିଜର ରିଲିଜ୍ ହୋଇଛି । ନୂଆଁ ବର୍ଷରେ ଏହି ଫିଲ୍ମଟି ନେଟ୍ ଫ୍ଲିକ୍ସି ରେ ଷ୍ଟ୍ରିମିଂ କରିବ । ନିଜ ଇଷ୍ଟାଗ୍ରାମରେ ପ୍ରିୟଙ୍କା ଏହି ଟିଜର ସେୟାର କରି ଲେଖିଛନ୍ତି, ଏହି ଫିଲ୍ମର ସୁଟିଂରେ ମୁଁ ବହୁତ ଅନୁଭୁତି ସାଉଁଟିଛି । ଖାସ୍ କରି ନିଦେ୍ର୍ଦଶକ ରବର୍ଟ ରୋଟ୍ରିଗେଜ୍ ଓ ପିଲାମାନଙ୍କ ସହ ସୁଟିଂ ସମୟର ନିଆଁରା ଅନୁଭୁତି ମିଳିଲା । ପ୍ରିୟକାଙ୍କ ଏହି ପୋଷ୍ଟରେ ପ୍ରଶଂସକ ମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି । କିଛି ପ୍ରଶଂସକ ହଲିଉଡ଼ ସହ ବଲିଉଡ଼ରେ ମଧ୍ୟ ତାଙ୍କୁ ଅଭିନୟ କରିବା ଆବଶ୍ୟକ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular