spot_img

କଣାସରେ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ

କଣାସ: ପୁରୀ ବିବାଦରେ କଣାସରେ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ । ପୁର୍ବରୁ ବିବାଦୀୟ ମନ୍ତବ୍ୟ କୁ କେନ୍ଦ୍ରକରି ସାରା ଓଡ଼ିଶାରେ ରାଜନୌତିକ ମହଲ ଗରମ ରହିଥିବା ବେଳେ କଣାସରେ ବ୍ଲକ ବିଜୁଜନତା ଦଳ ଓ ବିଜୁ ଛାତ୍ର ଜନତାଦଳ ପକ୍ଷରୁ କୁଶପୁତଳିକା ଦାହ କରାଯାଇଛି । କଣାସ ବ୍ଲକ ବିଜେଡ଼ି ଛାମୁଆ କର୍ମକର୍ତାଙ୍କ ଦ୍ୱାରା ଏକ ରାଲିର ଆୟୋଜନ କରି କଣାସ ବ୍ଲକ ସମ୍ମୁଖରେ ଲେଖାଶ୍ରୀଙ୍କ ମନ୍ତବ୍ୟ କୁ ନେଇ ନାରାବାଜି ଦେବା ସହ କୁଶପୁତଳିକା ଦାହ କରାଯାଇଛି । ପୁରୀ ବିଷୟରେ ଅଶାଳୀନ ମନ୍ତବ୍ୟ ପାଇଁ ସାରା ଓଡ଼ିଶା ବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେଡ଼ି କର୍ମି ମାନେ ଦାବି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular