ଭୁବନେଶ୍ୱର: ରାଜଧାନୀରେ କମିଶନରେଟ ପୋଲିସର ଚିନ୍ତା ବଢ଼ାଇଛି ଅପରାଧ । ଭୁବନେଶ୍ୱରରେ ଅପରାଧମୁକ୍ତ ବସ୍ତି ପାଇଁ କମିଶନରେଟ ପୋଲିସ ନୂଆ ଅଭିଯାନ ଆରମ୍ଭ କରିଛି । କମିଶନରେଟ ପୋଲିସ ପକ୍ଷରୁ ‘ବସ୍ତିକୁ ଚାଲ ଅଭିଯାନ’ ଆରମ୍ଭ ହୋଇଛି । ଅଭିଯାନ ପ୍ରକାରେ- ଏଣିକି ଘରଭଡ଼ା ଦେଲେ ଥାନାକୁ ଜଣାଇବେ ଘର ମାଲିକ । ଏହାଦ୍ୱାରା ଭାରତରେ ଥିବା ଯେ କୌଣସି ଲୋକଙ୍କ ଡାଟାବେସ ଜାଣିହେବ । ସେତିକି ନୁହେଁ ବାହାର ରାଜ୍ୟର ଲୋକଙ୍କୁ ଭଡ଼ା ଦେଉଥିଲେ ଘର ମାଲିକ ପୋଲିସକୁ ଅବଗତ କରାଇବେ । ଭଡ଼ାଟିଆଙ୍କର ପରିଚୟପତ୍ର ଯାଞ୍ଚ କରାଯିବ । ପ୍ରତି ସପ୍ତାହରେ କମିଶନରେଟ ପୋଲିସ ୫ରୁ ୬ଟି ବସ୍ତିକୁ ଯିବ । ବସ୍ତିର ପିଲାଙ୍କୁ କମିଶନରେଟ ପୋଲିସରେ ସହଯୋଗ ପାଇଁ ସାମିଲ୍ କରାଯିବ । ଅପରାଧ ରେକର୍ଡ ଥିବା ଯୁବକଙ୍କୁ ସ୍କାନରରେ ରଖିବ କମିଶନରେଟ ପୋଲିସ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0