spot_img

କଙ୍କାଳ ମିଳିଥିବା ଘଟଣା : ମହିଳାଙ୍କ ସ୍କେଚ ଜାରି କଲା କମିଶନରେଟ ପୋଲିସ

ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ଘଟଣା । ଜନଗହଳିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ଲାଗିଲା କଙ୍କାଳ ସ୍କେଚର ପୋଷ୍ଟର । ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ ତଥ୍ୟ ଦିଆଯାଇଛି । ପୂର୍ବରୁ କଙ୍କାଳର ସ୍କେଚ ଜାରି କରିଥିଲା ପୋଲିସ । ଜାରି ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୫ ବର୍ଷ ହେବା ନେଇ ମଧ୍ୟ ଅନୁମାନ କରାଯାଇଛି ।ମହିଳା ଜଣଙ୍କ ଯକ୍ଷ୍ମା ରୋଗାକ୍ରାନ୍ତ ଥିବା ନେଇ ମଧ୍ୟ ପୋଷ୍ଟରରେ ସୂଚନା ଦିଆଯାଇଛି । ଏହା ସହ ମହିଳାଙ୍କ ଉଚ୍ଚତା ୧୬୪ ସେମି, କଳା ରଙ୍ଗର ମୁଣ୍ଡ ବାଳ ପ୍ରାୟ ୩୫ ସେମି ଲମ୍ବ ଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏପରିକି ଡାହାଣ ହାତରେ ଚାରୋଟି ଆଲୁମିନିୟମ ଚୁଡ଼ି, ମହିଳା ଜଣଙ୍କ ସ୍ୱେଟର ପିନ୍ଧିଥିବା ପୋଷ୍ଟରରେ ସୂଚନା ଦିଆଯାଇଛି । ଯିଏ କେହି ମହିଳାଙ୍କ ବିଷୟରେ ପୋଲିସକୁ ସୂଚନା ଦେବ ତାଙ୍କ ପରିଚୟ ଗୋପନୀୟ ରଖାଯିବ ବୋଲି କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular